Dibasa Sese Rajani Prabese

ଦିବସ ଶେଷେ ରଜନୀ ପ୍ରବେଶେ
(Gopal Chandra Panda— Raga Jamuna Kalyana, Tala Tripata)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ଯମୁନା କଲ୍ୟାଣ, ତାଳ ତ୍ରିପଟା)

ଦିବସ ଶେଷେ ରଜନୀ ପ୍ରବେଶେ
ଭକତି ରସେ ଗାଆରେ
ସକଳ ଶୁଦ୍ଧ ସୁର ସଙ୍ଗତେ
ଉଭୟ ମଧ୍ୟମ ଲଗାଅରେ । ଘୋଷା ।

ଗାନ୍ଧାର ସ୍ୱର ବାଦୀ କର
ସଂବାଦୀ ରୂପ ନିଷାଦ ଧର
କଲ୍ୟାଣ ମେଳ ଗାଅ ଚତୁର
ଜାତି ସମ୍ପୂର୍ଣ୍ଣ ଧ୍ୟାୟରେ । ୧ ।