Sadha Sura Sadhare Jhinjoti Ragare

ସାଧ ସୁର ସାଧରେ ଝିଞ୍ଜୋଟି ରାଗରେ
(Gopal Chandra Panda— Raga Jhinjoti, Tala Jhampa)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ଝିଞ୍ଜୋଟି, ତାଳ ଝମ୍ପା)

ସାଧ ସୁର ସାଧରେ ଝିଞ୍ଜୋଟି ରାଗରେ
ଅଙ୍ଗ ଉଭୟରେ
ରସ ଶୃଙ୍ଗାର ରଙ୍ଗରେ ଶୁଦ୍ଧ ସକଳ ସୁରରେ
କୋମଳ ନିଷାଦରେ ଜାତି ଔଡ଼ବ ସମ୍ପୂର୍ଣ୍ଣ
ମେଳ ଘେନ ଶ୍ରୀରେ । ଘୋଷା ।

ବାଦୀ କର ଗାନ୍ଧାର ସଂବାଦୀ ଧା ସ୍ୱର
ସମୟ ଦ୍ୱିତୀୟ ପ୍ରହର ମଧୁର ଯାମିନୀରେ । ୧ ।