Sakala Suddha Sura Madhura

ସକଳ ଶୁଦ୍ଧ ସୁର ମଧୁର
(Gopal Chandra Panda— Raga Bilahari, Tala Jhampa)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ବିଲାହାରୀ, ତାଳ ଝମ୍ପା)

ସକଳ ଶୁଦ୍ଧ ସୁର ମଧୁର
ମୂରଛନାରେ ଦେଇ ଭରି
ଚତୁର ଗୁଣୀଜନ ସାଧ
ଆଳାପି ରାଗ ବିଲାହରୀ । ଘୋଷା ।

ନଟ ମେଳରେ ବାଦୀ ଗାନ୍ଧାର
ରଖି ସଂବାଦୀ ଧୈବତ ସ୍ୱର
ଦିବା ଦ୍ୱିତୀୟ ପ୍ରହରେ ଗାଅ
ଜାତି ଔଡ଼ବ ସମ୍ପୂର୍ଣ୍ଣ କରି । ୧ ।