Suratha Raga Sura Manorama

ସୁରଠ ରାଗ ସୁର ମନୋରମ
(Gopal Chandra Panda— Raga Suratha, Tala Rupaka)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ସୁରଠ, ତାଳ ରୂପକ)

ସୁରଠ ରାଗ ସୁର ମନୋରମ
ଦ୍ୱିତୀୟ ପ୍ରହର ଯାମିନୀରେ ଗାଅ
ବାଦୀ ସମ୍ବାଦୀ ଋଷଭ ପଞ୍ଚମ । ଘୋଷା ।

ଜାତି ଔଡ଼ବ ସମ୍ପୂର୍ଣ୍ଣ ରୂପ
ଶ୍ରୀମେଳ ଧରି ସାଧ ସ୍ୱରୂପ
ଶୁଦ୍ଧ ସକଳ ସ୍ୱର ସହିତ
ଉଭୟ ନିଷାଦ ଗାନ୍ଧାର ଗୁପତ
ସଙ୍ଗତି ସ୍ୱର ମାପାନିଧାମାପା
ରେମା ପାସା ପାନି ଧାପା ଧାମା ପାମା ରେସା । ୧ ।