Raga Tala Sura Bheda

ରାଗ ତାଳ ସୁର ଭେଦ
(Gopal Chandra Panda— Raga Suratha, Tala Kuduka)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ସୁରଠ, ତାଳ କୁଡ଼ୁକ)

ରାଗ ତାଳ ସୁର ଭେଦ ଗୁରୁଜ୍ଞାନ ପରସାଦ
ପ୍ରାପତ ହୋଇ ଯେ ଜନ ହୋଇ ସୁଜ୍ଞାନୀ କୋବିଦ । ଘୋଷା ।

ଅଭ୍ୟାସ ଶ୍ରବଣ ଧ୍ୟାନ ନିରତ ସାଧନ ମନ
ସର୍ବ ବିଧ ଶାସ୍ତ୍ର ଜ୍ଞାନ ସାଧେ ଯେ ସାବଧାନ
ନାଦ ବିଦ୍ୟା ସୁକଠିନ କିଞ୍ଚିତେ ସେ ପାଏ ଭେଦ । ୧ ।