Bimalei Bimalei Heuthai Muhin

ବିମଳେଇ ବିମଳେଇ ହେଉଥାଇ ମୁହିଁ
(AnonymousKhemata)
(ଅଜ୍ଞାତ କବିଖେମଟା)

ବିମଳେଇ ବିମଳେଇ ହେଉଥାଇ ମୁହିଁ
ବିମଳାଙ୍କ ଠାରୁ ମୋର ଅନ୍ୟ ଗତି ନାହିଁ ।
ଯୋଡ଼ ଯେ କମଳା ମାଗୋ ପୟରେ ନୂପୁର
ଚାହିଁଦେଲି ଖଣ୍ଡେ ଦୂରୁ ଦିଶୁଥିଲା ଚୂଳ ।
କଳା ଲୁଗା ଶାଢ଼ୀ ମାଗୋ ପିନ୍ଧନି ସେ କାଛି
ସୁନା ଚିତା ରୂପା ଆଦି ଶ୍ରୀମୁଖରେ ଅଛି ।
ବାହାବିଦ କଳିଆରି ଶହେ ସୁନା ତାଡ଼
ହୃଦରେ ରତନ ହାର ଦିଶେ କି ସୁନ୍ଦର ।
ମନ୍ଦ ମନ୍ଦ ହାସ ମାଗୋ ପାଉଅଛି ଶୋଭା
ମୁକୁତା ପାଶରେ ଶୋହୁଅଛି ଦିବ୍ୟ ଗଭା ।
ବାଇଶି ପାହାଚ ଠେଇଁ ଠିଆ ହୋଇ ଚାହିଁ
ମନଯାକ ଛନ୍ନଛନ୍ନ ବିମଳାଙ୍କ ପାଇଁ ।
ଜଗନ୍ନାଥ ବାପା ମୋର ବିମଳେଇ ମାଆ
ସଙ୍କଟ ପଡ଼ିଲା ବେଳେ ହୋଇଥିବ ସାହା ।
ପଦ୍ମପାଦ ଚରଣ ମୁଁ ପଶିଲି ଶରଣ
ସିଦ୍ଧ ବିମଳେଇ କର ମୋତେ ଉଦ୍ଧାରଣ ।