Bigraha Sundara Nila Kalebara

ବିଗ୍ରହ ସୁନ୍ଦର ନୀଳ କଳେବର
(Artabandhu Dash— Raga Lalita Kamodi)
(ଆର୍ତ୍ତବନ୍ଧୁ ଦାଶ— ରାଗ ଲଳିତ କାମୋଦୀ)

ବିଗ୍ରହ ସୁନ୍ଦର ନୀଳ କଳେବର
ମଣ୍ଡିଦେବି ମୁଁ ଗିରିଧାରୀ
ସେ ବେଶେ ମନ୍ମଥ ହେବ ପରାଜିତ
ସାର ସୁନ୍ଦରପଣ ହାରି ।୧।

ଲଲାଟେ ଚନ୍ଦନ ବିନ୍ଦୁ ସୁଶୋଭନ
ଇନ୍ଦୁ ଗରିମା ଦେବ ସାରି
ମୃଗମଦ ଚିତ୍ରରାଜି ରାଜିବ
ଜନମାନସ ତୋଷକାରୀ ।୨।

ମଣ୍ଡନ ଶିଖଣ୍ଡ ଦେବ କରି ପଣ୍ଡ
ଦଣ୍ଡ ମାତ୍ରକେ ସର୍ବ ଶିରୀ
ପୁଣ୍ଡରୀକ ମୁଖମଣ୍ଡଳରେ ସୁଖ
ଚିତ୍ର ସୁଷମା ଯିବ ପୂରି ।୩।

ମଣ୍ଡାଇବି ଗଳା ମଞ୍ଜୁ ପୁଷ୍ପମାଳା
ସାଜି ରାଜିବ ବେଣୁଧାରୀ
ପାଟ ପୀତାମ୍ବର ଖଞ୍ଜି ନଟବର
ବେଶ ରଚିବି ଅନୁସରି ।୪।