Ana Patita Bana Hariki Re

ଅନା ପତିତପାବନ ହରିକିରେ
(Jaya Singha— Raga Ananda Kedara, Tala Adatali)
(ଜୟସିଂହ— ରାଗ ଆନନ୍ଦ କେଦାର, ତାଳ ଆଡ଼ତାଳି)

ଅନା ପତିତପାବନ ହରିକିରେ । ଘୋଷା ।
ପିନ୍ଧି କୌପୀନ କନା ମାଗ ପଛେ ଧରି ଦନା
ନ ଛାଡ଼ ନ ଛାଡ଼ ନୀଳଗିରିକିରେ ।୧।
ଦକ୍ଷିଣ ପାରୁଶେ କିନା ମଧ୍ୟେ କୁଙ୍କୁମବରନା
ରତ୍ନସିଂହାସନେ ଛନ୍ତି ପୂରିକିରେ ।୨।
ସଦନ ନନ୍ଦନ ସୁନା ନବ ଲଳିତ ଲଳନା
ସ୍ନେହ ବାସନାରେ ପରିପୂରିକିରେ ।୩।
ସବୁଠାରେ ଏହୁ ସିନା ମତେ ହୋଇଥିବେ ମନା
ସୁଦର୍ଶନ ଚକ୍ର କରେ ଧରିକିରେ ।୪।
ଶ୍ରୀ ପୁରୁଷୋତ୍ତମ ବିନା ଅନ୍ୟେ ନାହିଁ ମୋ ଭାବନା
ଭଣେ ଜୟସିଂହ ଦଣ୍ଡଧାରୀ କି ରେ ।୫।