Sate Madhaba Dasiki Chahinbe Ki Go

ସତେ ମାଧବ ଦାସୀକି ଚାହିଁବେ କି ଗୋ
(Apanna Parichha— Raga Kedaragouda, Tala Jati)
(ଆପନ୍ନା ପରିଚ୍ଛା— ରାଗ କେଦାରଗୌଡ଼ା, ତାଳ ଯତି)

ସତେ ମାଧବ ଦାସୀକି ଚାହିଁବେ କି ଗୋ
ଚରଣକମଳ ସେବା ପାଇବି କି ଗୋ ।ଘୋଷା।
ଆଦରେ ପାଶେ ବସାଇ ପ୍ରୀତି ବଚନ ରସାଇ
ପ୍ରାଣେଶ୍ୱରି ରାଧେ ବୋଲି ଭାଷିବେ କି ଗୋ
ବିବେକ କହନା ବାଳୀ ଦୁଃଖିନୀ ରାଧିକା ବୋଲି
ଶ୍ରୀପଦୁଁ ଅନ୍ତର କରି ନାହାନ୍ତି କି ଗୋ ।୧।