(ଆର୍ତ୍ତବନ୍ଧୁ ଦାଶ— ରାଗ ସାବେରୀ, ତାଳ ଏକତାଳି)
ଚାହିଁଦେ ରେ ରାମା
ତହିଁ କି ସୁଷମା । ଘୋଷା ।
ବେଶ ରୁଚିର ସେ ନଟବର
ବିରାଜେ ଆଜ ରସିକରାଜ
(ପଡ଼ି)
ସୁନ୍ଦର ରଦବାସ ମନ୍ଦ ମଧୁର ହାସ
ବଦନ ରୁଚି ରୁଚିର ସଦନ ଅବା ଶୋଭାର
ମଦନ ମଦକୁ ଦୂର କରଇ କିବା ନିକର ।୧।
କଦମ୍ବ ମୂଳେ ପୀତ ଦୁକୂଳେ
ବଜାଏ ଧୀରେ ବଂଶୀ ଅଧରେ
(ପଡ଼ି)
ସେ ସ୍ୱର ବିମୋହନ ସର୍ବ ଦୁଃଖ ଦହନ
ସକଳ ନିକେତନ ଉଚ୍ଛନ୍ନ କଲେ ପରାଣ
ସୁଧାଧାର ବରଷଣ ବସୁଧାରେ କରେ ପୁଣ ।୨।