(କୃଷ୍ଣଚନ୍ଦ୍ର ଗଜପତି— ରାଗ ଆହାରୀ, ତାଳ ଏକତାଳି)
ରାଧାଧର ସୁମଧୁରାମୃତରସିକ ମୁରଲୀଧରା
ହେ ମାରସୁନ୍ଦର ସୁକୁମାର ବ୍ରଜରାଜକୁମାର ସୁରନାରୀମନୋହାରୀ ।ଘୋଷା।
ହରି ହେ ନନ୍ଦ ହୃଦୟାନନ୍ଦ ସୁରଭିବୃନ୍ଦ ବାଳଗୋବିନ୍ଦ ତବ ଶ୍ରୀପଦ
ସୁରାସୁରମୁନୀନ୍ଦ୍ରନୁତ ମୁରାରି ପରାତ୍ପର ପୁଣ୍ୟପୁରୁଷ ।୧।
ହରି ହେ ଶ୍ୟାମାବ୍ଜନିଭଧାମା ଗୋକୁଳବାମା ନିକର ନୟନମନୋସୁଖସୀମା
ରମା ଉମା ନାଗବାମାବାଞ୍ଛିତ ସୁଷମା ମନୋରମା ।୨।
ହରି ହେ ଚୌରି ହେ ଗିରିଧାରୀ ରାସବିହାରୀ ନାଗର ବ୍ରଜପୁର ନାରୀଙ୍କ ଗତି
କରେ ନତି ଶ୍ରୀ କୃଷ୍ଣଚନ୍ଦ୍ର ନାରାୟଣ ଦେବ ଗଜପତି ।୩।