(ହରିହର ରାୟଗୁରୁ— ରାଗ ଆନନ୍ଦ, ତାଳ ଆଡ଼ତାଳି)
ଦୀନ ଆର୍ତ୍ତତ୍ରାଣ ହେ ନାରାୟଣ
ଦୟା କର ପ୍ରଭୁ । ଘୋଷା ।
ଭୁଜଙ୍ଗଅଶନ ଯାହାର ଆସନ
ହରପ୍ରିୟାଯାନ ଭକ୍ଷଣ ବାହନ
ଅମରଭୁବନ ଈଶ ସର୍ବେ ଜାଣ
ସନ୍ନିଧାନେ ସେ କାର୍ପଣ୍ୟ । ୧ ।
ସ୍ମରରାଜଐରି ଶୈଳଜବିଭୂତି
ହୃଦୟରେ ଅହୋରାତ୍ର ଚିନ୍ତୁଛନ୍ତି
ଅଷ୍ଟବେନି ଦିଗେ ଯେତେ ଅଧିପତି
ସାବିତ୍ରେୟ ଅନୁକ୍ଷଣ । ୨ ।
ସଲିଳେ କରୀନ୍ଦ୍ର ଗ୍ରାହ ଭକ୍ଷକାଳେ
ଆତଙ୍କେ ଡାକିଲା ପ୍ରଭୁ ଦେବରାୟେ
ଅସ୍ତ୍ରରାଜ ପେଷି ଛେଦି ତାର କାୟେ
ବିପଦୁଁ କଲ ତାରଣ । ୩ ।