Chhada Mote Bata

ଛାଡ଼ ମୋତେ ବାଟ
(Dinakrusna— Raga Kaphi, Tala Jati)
(ଦୀନକୃଷ୍ଣ— ରାଗ କାଫି, ତାଳ ଯତି)

ଛାଡ଼ ମୋତେ ବାଟ
ନଟନାଗର ଲମ୍ପଟ ହେ । ଘୋଷା ।

ଯିବି ଯମୁନା ପାଣିକି
ନ ଧର ମୋର ପାଣିକି
କହୁଛି ମୃଦୁ ବାଣୀକି
ଘେନ ନନ୍ଦଚାଟ ହେ । ୧ ।

ଏ ଗୋପପୁରେ ନାରୀ
ଅଛି କେ ଜଣେ ମୋପରି
ଯେଣେ ଗଲେ ଅପବାଦ
ହୁଅଇ ପ୍ରକଟ ହେ । ୧ ।

ଭାଳି ନ ସରଇ ଦିନ
ହୋଇଣ ମୁଁ ଅତି ହୀନ
ନଣନ୍ଦ ଭର୍ତ୍ସନା ସହି
ଚାଲୁଥାଇ ବାଟ ହେ । ୩ ।

ଭାବି ଦୀନକୃଷ୍ଣ କହି
ତୁମ୍ଭରେ ଗୋ ନୁହେ ସ୍ନେହୀ
ଏ କଳଙ୍କ ବାଦ ଲେଖା
ଥିଲା ମୋ ଲଲାଟ ହେ । ୪ ।