(ବନମାଳୀ— ରାଗ ବକୁଳାଭରଣ, ତାଳ ଯତି)
କହିବୁ ପରାଣବନ୍ଧୁକୁ ବନ୍ଧୁକୁ । ପଦ ।
ରାହୁ ପ୍ରାୟେ ରତୀଶ
ନିରତେ କରେ ଗ୍ରାସ
ନ ଛାଡ଼େ ମୋ ହୃଦୟବିଧୂକୁ ବିଧୁକୁ । ୧ ।
ଚିର ତୃଷିତ ପରି
ହୋଇଛି ସହଚରୀ
ବିରସ ତୋ ଅଧରମଧୁକୁ ମଧୂକୁ । ୨ ।
ସଦା ଝୁରେ ନୟନ
ସେ ରମଣୀ ରତନ
ଘଟନ ତା ସିନ୍ଦୂରବିନ୍ଦୁକୁ ବିନ୍ଦୂକୁ । ୩ ।
ବନମାଳୀ ବଦତି
ଶୁଣ ବୋଲେ ଶ୍ରୀମତୀ
ନିବେଶି ତା ଭାବନାସିନ୍ଧୂକୁ ସିନ୍ଧୂକୁ । ୪ ।