(ଉପେନ୍ଦ୍ର ଭଞ୍ଜ)
(ଘୁଡ଼ୁକି ଚୌପଦୀ)
ଚନ୍ଦ୍ରମୁଖୀ କି ରଙ୍ଗେ ଉଭା ହୋଇଥିଲା ରେ
ସାରଙ୍ଗନୟନୀ ସାରଙ୍ଗଗମନୀ
ଶାରୀ ଗୋଟିଏ ପଢ଼ାଉଥିଲା ରେ । ଘୋଷା ।
ଏକ ଗୋଟି କୁସୁମହାର, ସେ ଫୁଲର ହାର
ଧରିଥିଲା ନାଗରୀବର, ସେ ଚାରିଅକ୍ଷର
ମୁଁ ବୋଇଲି ତାକୁ ବେନି ଭାଗ କର
ପ୍ରାନ୍ତ ଭାଗ ପାଇଁ ରସି ମଲା ରେ । ୧ ।
ମୋରେ ନୁହଁ ନିଷ୍ଠୁରମତି, ଗୋ ନିଷ୍ଠୁରମତି
ଅନୁସରି ରହିବି କତି, ରେ ତୋ ପାଶେ ନୀତି
ହରିଣନୟନୀ ହେଳା କଲେ ପୁଣି
ଆଦ୍ୟଭାଗ ଦିଅ ମୋର ଗଳାରେ । ୨ ।