(— ରାଗ କାଫି, ତାଳ ଖେମଟା)
ସହି ଏଥର
ଛାତି କରିଦେଲୁ ନିଦାପଥର । ଘୋଷା ।
ପରସଙ୍ଗ ପରସଙ୍ଗତ ବିଷମ
ଏଥର ଏଣିକି ହେଲାଣି
ପୂର୍ବ ଗାରିମା ମହତ ବଡ଼ପଣ
ପ୍ରଥମରୁ ଜଣାଗଲାଣି । ୧ ।
କର ବଢ଼ାଇ ଚନ୍ଦ୍ରମାକୁ ଧରି
ୟେହି ତା ମାଦକ ଶିମୂଳ ।
ଦେଖାଇଲୁ କାହିଁ ଆଶା ଲତା ମୋର
ଫଳିଲା ହଟହଟା ଫଳ । ୨ ।
ଶରଧାରେ ପଡ଼ି ନଣନ୍ଦ ବଚନେ
ବଳେ ସିନା ଏହା ଲୋଡ଼ିଲି
ପ୍ରତିଷ୍ଠାପଣକୁ ତଳକୁ ପକାଇ
ଜାଣି ପ୍ରମାଦରେ ପଡ଼ିଲି । ୩ ।