Rama Basanta Dekhi

ରାମା ବସନ୍ତ ଦେଖି
(— Raga Malasri, Tala Khemata)
(— ରାଗ ମାଳଶ୍ରୀ, ତାଳ ଖେମଟା)

କି କରୁଥିବ ମୋ ରାମା
ରସାମଣ୍ଡନା ବିମ୍ବାଧରୀରେ
ବସନ୍ତ ଦେଖି । ଘୋଷା ।

ନନ୍ଦତନୟର ତାନ କାନରେ ବାଜି
କୁନ୍ଦରଦନାର ଦମ୍ଭ ଯିବରେ ହଜି
ମୋହ ଯାଇ ଲୋଟୁଥିବ ମହୀରେ
ପ୍ରିୟସହିରେ । ୧ ।

ଗୁଣୁଗୁଣ ଭୃଙ୍ଗତାନେ ଅଧୀରା ହୋଇ
ଦିବାନିଶି ଝୁରୁଥିବ ମୋ ପଥ ଚାହିଁ
ଥିଲେ ଯଦି ବସିଥାନ୍ତା ପାଶରେ
ପ୍ରିୟସହିରେ, ବାଇ ପରିରେ । ୨ ।