(ବେଣୁଧର— ଖେମଟା)
ରାଧା ନାମେ ମୋହନ ବେଣୁ
ବାଜୁଛି ଲୋ ମା ।
ସତେ ପତିବରତ ଦୂର
ହଜୁଛି ଲୋ ମା । ଘୋଷା ।
ଭଲା ସେ ଶ୍ୟାମସୁନ୍ଦର
ଜାଣିଥାଇ କେତେ ହୁନ୍ଦର
କି ଯାତନା ପ୍ରେମସାଗରେ
ମଜ୍ଜୁଛି ଲୋ ମା । ୧ ।
କି ମନ୍ତର ଶିଖିଛି କାହୁଁ
ଭୁଲାଏ ଅନାଉଁ ଅନାଉଁ
ନାରୀକୁଳେ କଳଙ୍କ ଆଣି
ଖଞ୍ଜୁଛି ଲୋ ମା । ୨ ।
ଆଉ ଏ ଯମୁନା ପାଣିକି
ଆସିବା ନୋହୁଁ ଗୋ ଏଣିକି
ବେଣୁଧର ସେ ପାଦ ଯୁଗ
ଭଜୁଛି ଲୋ ମା । ୩ ।