(ବେଣୁଧର— ରାଗ ଖମ୍ବାଜ, ତାଳ ଏକତାଳି)
ରସମୟୀ ଶ୍ରୀକିଶୋରୀ । ଘୋଷା ।
ଢଳି ଢଳି ମନ୍ଥର ଗମନେ ସୁକୁମାରୀ
ଧୀର ବାଣୀ ଭାଷିବାର ନାହିଁ ତିନିପୁରୀ । ୧ ।
ଲଳିତା ସଜନୀ କରେ ତାମ୍ବୁଳ ବିଟିକା
ସାଦରେ ଗନ୍ଧଚନ୍ଦନ ଧରେ ବିଶାଖିକା । ୨ ।
ଶ୍ରୀଗୁରୁରୂପା ସଙ୍ଗିନୀ ଆଜ୍ଞା ଶିରେ ଘେନି
ଦୁଃଖୀ ବେଣୁଧର ଚଳେ ଧରି ପିକଦାନୀ । ୩ ।