Sangini Re Mora Manda Kapala

ସଙ୍ଗିନୀ ରେ ମୋର ମନ୍ଦକପାଳ
(Benudhara— Raga Natanarayana, Tala Jati)
(ବେଣୁଧର— ରାଗ ନଟନାରାୟଣ, ତାଳ ଯତି)

ସଙ୍ଗିନୀ ରେ ମୋର ମନ୍ଦକପାଳ
ମୋହନ ବଂଶୀ ମୋତେ ହୋଇଲା କାଳ । ଘୋଷା ।

ଲୋକ ହସାରେ
କି ନାନା ସାରେ
କି କରିବି ବୁଦ୍ଧି ୟେ ସଖି ତୁ ଭାଳ । ୧ ।

ଶାଶୁ ନଣନ୍ଦ
ଲଗାନ୍ତି ଦ୍ୱନ୍ଦ
କି ନ କଲେ ମତେ ସେ ଯଶୋଦାବାଳ । ୨ ।

ଗଲେ ଯମୁନା
ସେ ନନ୍ଦକାହ୍ନା
ମିଛରେ ଘାଟ ମାଗି କରେ କଟାଳ । ୩ ।

ନୁହଇଁ କାରି
ସେ ତ ତୁମ୍ଭରି
କହଇ ବେଣୁଧର ସେ ପ୍ରୀତି ପାଳ । ୪