(ସିଂହାରୀ ଶ୍ୟାମସୁନ୍ଦର କର)
ହେ ମଣିମା, ଶୁଣିମା ମୋ ଦୁଃଖ ବାରେ
ଆଶା ଦେଇ ଆଉ ବସାଇ ରଖିବ
କେତେ ଶ୍ରୀମନ୍ଦିର ଦ୍ୱାରେ ।ଘୋଷା।
ଦୁଃଖଭାରା ମୋର ଟାଳିବା ପାଇଁକି
ବଳୀୟାର ଭୁଜେ ଶକତି ନାହିଁକି
ଦୁଃଖହାରି ଦୁଃଖ ପାଇବ କାହିଁକି
ଘାରି ହୋଇ ଅବିଚାରେ ।୧।
ନ ଶୁଣିଲ ଦୀନଜନର ଗୁହାରି
କାଳଯାକ ଗଲା ଚରଣେ ଜୁହାରି
କର ହେଲେ ମୋତେ ମନ୍ଦିର ଦୁଆରୀ
ବାଇଶି ପାବଚ୍ଛ ପରେ ।୨।