(ରାମାରାଓ ପାତ୍ର— ରାଗ ମଧୁକିରୀ, ତାଳ ଆଡ଼ତାଳି)
ମୁରଲୀପାଣି
ଆଉ ନାହିଁ ନା ବଳିକି ଏ ଅନାଉଣି ।ଘୋଷା।
ବରି ତୁମ୍ଭଙ୍କୁ କିଶୋରୀ ସରି ହେଲେହେଁ ପାଶୋରି
ହେବ କି ଆଉ କେ ସରି ଯାଉଁ ସରଣୀ ।୧।
କି ଲଳନା ଚିତ୍ତ ହରିବାର ତୁମ୍ଭର ଚାତୁରୀ
ହେଲା ବଡ଼ ସୁମାଧୁରୀ ପ୍ରଘଟ ପୁଣି ।୨।
ଧରି କରେ ବଂଶୀ ବ୍ୟାଜଭରେ କରି ତ୍ୱରେ ବାଜ
ଲାଜ ହେଲେ ଆଜ ହେଜ ମାନସ ଜାଣି ।୩।
ଏ ଦୀନ ରାମଚନ୍ଦ୍ରର ଘେନ ଗୁହାରି ସତ୍ୱର
ମାରମୋହନ ପୟର ମୋର ଭାଳେଣି ।୪।