Braja Chandrama Tini Loka Sukha Sima

ବ୍ରଜ ଚନ୍ଦ୍ରମା ତିନି ଲୋକ ସୁଖସୀମା
(Banamali— Raga Kedara Kamodi, Tala Tripata)
(ବନମାଳୀ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

ବ୍ରଜ ଚନ୍ଦ୍ରମା ତିନି ଲୋକ ସୁଖସୀମା । ଘୋଷା ।

ଶିରରେ ମୟୂର ପକ୍ଷୀ
ଦେଖି ମନ ରହେ ଲାଖି । ୧ ।

ଅଧରେ ମୋହନ ବେଣୁ
ଧେନୁ ଘେନି ଆସେ ବନୁ । ୨ ।

ଲଲାଟେ ଚନ୍ଦନ ବିନ୍ଦୁ
ନିନ୍ଦଇ ଯେ ପୂର୍ଣ୍ଣ ଇନ୍ଦୁ । ୩ ।

ବନମାଳୀ ଶ୍ୟାମ ତନୁ
ଚିନ୍ତିଲେ ନ ଗଲା ମନୁ । ୪ ।