Chahanre Rasarangini

ଚାହାଁରେ ରାସରଙ୍ଗିନୀ
(Tarini Charan Patra— Raga Kalyana Ahari, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ କଲ୍ୟାଣ ଆହାରୀ, ତାଳ ଏକତାଳି)

ଚାହାଁରେ ରାସରଙ୍ଗିନୀ ସଙ୍ଗିନୀ
ଚାହିଁଥିବେ ନିକୁଞ୍ଜେ ତୋ ଯିବାର ସରଣୀ
ଯିବା ପରା ନିକୁଞ୍ଜେ ହୁଅ ଗୋ ସଜ ଏକ୍ଷଣି ।
ବୃଷଭାନୁ ନନ୍ଦିନୀ ମୋହନ ମନମାନୀ
ବୋଲି କେବା ନ ଜାଣେ ଲାଜ ତେଜ ସଜନୀ । ଘୋଷା ।
(ପଡ଼ି)
ଚନ୍ଦ୍ରକ ଚୂଳ ସୁଚେଳ ନୀଳଘନ
ଶ୍ୟାମଳ ସୁନ୍ଦର ମାର ବିମୋହନ
ଗୋକୁଳ ପାଳକ ମଙ୍ଗଳ କାରକ
ଗୋବର୍ଦ୍ଧନ ଗିରିଧାରୀ ମନମୋହିନୀ । ୧ ।

ବୃନ୍ଦାବନ ବିହାରୀ କୁଞ୍ଜକାନନଚାରୀ
ରାଧେ ବୋଲି ମୁରଲୀ ଡାକେ ଦିବା ରଜନୀ
ଶ୍ରୀ ରାଧାକୃଷ୍ଣ ଦୁଇ ରୂପଟି ଏକ ଦେହୀ
ଜଣା ସଂସାର ସାରା ଆଉ ଲାଜ କି ଘେନି
(ପଡ଼ି)
ବ୍ରଜରମଣୀ ମନ ଚାତକ ନବଘନ
ସଜ ଜଳଜାନନ ନିଧୂବନ ରଞ୍ଜନ
ଯମୁନା ତଟ ନୀପତରୁ ମୂଳ ଶୋଭନ
ସେ ତୋ ଅଧୀନ ଆଜି ଭଜେ ତାରିଣୀ । ୨ ।