Pada Bande Gananatha

ପଦ ବନ୍ଦେ ଗଣନାଥ
(Kabichandra Kali Charan— Raga Sankarabharana, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ ଶଙ୍କରାଭରଣ, ତାଳ ଝମ୍ପା)

ପଦ ବନ୍ଦେ ଗଣନାଥ ଗୁଣଧାମ ଜୟ ହେ
କୁନ୍ଦଜିତ ଗୌରତନୁ ଗୌରୀସୁତ ଜୟ ହେ । ଘୋଷା ।
ଦେବବର ବିଘ୍ନହର ଯଶ ଗାଏ ନାଗ ନର
ପାଶଧର ନାଶ ଦର ନାଗଶିର ଜୟ ହେ । ୧ ।
ଶୁଦ୍ଧମତି ବୁଦ୍ଧ ଅତି ପଦ ବନ୍ଦେ ସୁର ଯତି
ଘେନ ନତି ମୂଢ଼ ଗତି ଗୁଞ୍ଜେ ଜଗ ଜୟ ହେ । ୨ ।