Ana Sajani Anare

ଅନା ସଜନୀ ଅନାରେ
(Anonymous— Raga Kalyana, Tala Ekatali)
(ଅଜ୍ଞାତ କବି— ରାଗ କଲ୍ୟାଣ, ତାଳ ଏକତାଳି)

ଅନା ସଜନୀ ଅନାରେ । ଗଗନେ ହସି ।
ଶରଦ ଶଶି ବିକାଶେ । ଘୋଷା ।

ପାଞ୍ଚି କଳପେ ସତେ । ସିଞ୍ଚି ଅମୀୟ ଯେତେ ।
ବିଞ୍ଚି ସ୍ନେହ ମରୁତେ । ବାଞ୍ଛି ବିରଞ୍ଚି କେତେ ।
(ପଡ଼ି)
ସାର କରି ଗଢ଼ିଲା ଡଉଲ ରୂପ ତାର
ଗାର ଦେବାକୁ ନାହିଁ ତଉଲ ସରି ଯାର
ହାର ତାରକା ଟୀକା ପଦକ ପରକାର
କା’ର ନ ରସେ ଚିତ୍ତ ତାର କୁମାର କି ସେ । ୧ ।