Nacha Gopalasundara

ନାଚ ଗୋପାଳସୁନ୍ଦର
(Anonymous— Raga Anandabhairabi, Tala Adatali)
(ଅଜ୍ଞାତ କବି— ରାଗ ଆନନ୍ଦଭୈରବୀ, ତାଳ ଆଡ଼ତାଳି)

ରିମି ଝିମିକି ଝିମି । ଚାରୁ ନୂପୁର ବାଜେ ।
ନାଚ ଗୋପାଳସୁନ୍ଦର । ଘୋଷା ।

କାମଗର ଗଞ୍ଜନ । ଛବି ଦଳା ଅଞ୍ଜନ ।
ରାଈ ମାନ ଭଞ୍ଜନ । ଜଗଜ୍ଜନ ରଞ୍ଜନ ।
(ପଡ଼ି)
ପା ପା ପା ମା ପା ଗା ମା ପା ନି ପା ସା ସା ସା
ଛନ୍ଦେ ମୋହନ ମୁରଲୀ ବାଜେ
ବାଜେ ମର୍ଦ୍ଦଳ ଥେଇ ତା ଥେଇ ଥେଇ
ତି କିଟିତାକ ତାକଝିଣା କେଟେତାକ
ଥୈ ଧେଇ ଧେଇ ଧେଇ ଧେଇ । ୧ ।