Manju Madhu Bhasile

ମଞ୍ଜୁ ମଧୁ ଭାଷିଲେ
(Kabichandra Kali Charan— Raga Kirabani, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ କୀରବାଣୀ, ତାଳ ଝମ୍ପା)

ମଞ୍ଜୁ ମଧୁ ଭାଷିଲେ । ସରସ ରଦ ଚନ୍ଦ୍ରିକା ।
ହରଇ ମମ ମନତିମିର ଯାମେ ।
ଚନ୍ଦ୍ରବଦନା ଅଧର । ମଧୁର ମଧୁ ଧାର ଗୋ ।
ନୟନ ତ ଚକୋର ସରି କାମେ ।
ହେ ପ୍ରିୟେ । ଚାରୁଶୀଳେ ।
ତେଜ ମନୁ ମାନିନୀ । ଗୁମାନେ ।
କାମ ଖର ତାପ ସହି । ଦହଇ ମମ ମାନସେ ।
ଦାନ କର ବଦନ ମଧୁ ପାନେ । ଘୋଷା ।

କାମଗର ଖଣ୍ଡନ । ଭାଲ ପଟ ମଣ୍ଡନ ।
ଦେହି ପଦପଲ୍ଲବ ସୁହାସି । ୧ ।

ଜଳଇ ବିକଳେ ଅତି । ମଦନ ଅନଳେ ସଖି ।
ତ୍ରାଣ କର ତାପୁ ମଧୁ ଭାଷି । ୨ ।