Amala Phula Kunda Sari

ଅମଳ ଫୁଲ କୁନ୍ଦ ସରି
(Kabichandra Kali Charan— Raga Sankarabharana, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ ଶଙ୍କରାଭରଣ, ତାଳ ଝମ୍ପା)

ଅମଳ ଫୁଲ କୁନ୍ଦ ସରି
ଶୁଭ୍ରଚନ୍ଦ୍ର ଶିରେ ସାଜେ
ଡିମିକି ଡିମି ଡିମି ଡିମକ
ଘନ ଡମ୍ବରୁ ବାଜେ । ଘୋଷା ।

ସୁରଧୂନୀ ଶରଧାରେ
ଧୁଏ ବିଭୂତି ଶରୀରେ
ଫଣୀ ବଳୟ ଗଳେ ହାର ହାର
ବ୍ୟାଘ୍ରାମ୍ବର ବିରାଜେ । ୧ ।