(କବିଚନ୍ଦ୍ର କାଳୀଚରଣ— ରାଗ କେଦାର, ତାଳ ଏକତାଳି)
ଗଗନେ ଘନ ଘୋଟି ଆସିଲାରେ
ସଖୀ । ରସି ବିଜୁ ବିଳସିଲା ।
ପ୍ରଫୁଲ୍ଲ ମାଳତୀ ବନେ ଫୁଟି ହସିଲା । ଘୋଷା ।
କେକୀ କାନନରେ ରଟିଲା
ବିରହିଣୀ ମନୁ ଟାଣ ମାନ ତୁଟିଲା
ଗରଜି ଘୋର ଦମ୍ଭୋଳି ଫିଟିଲା
ଧଇର୍ଯ୍ୟଲତା ମନୁ ଖସିଲାରେ । ୧ ।
ଭେକ ପ୍ରବଳ ଘୋଷିଲା
ଜୀବର ଜୀବନ ବିନେ ଜୀବ ଲସିଲା
ଆସି ସତେ କି ପ୍ରମାଦ ଘୋଟିଲା
କବିଶଶୀ ଖେଦେ ଭାଷିଲାରେ । ୨ ।