Kahana Lo Ta Katha Mote

କହନା ଲୋ ତା କଥା ମୋତେ
(Syamasundara— Raga Pilu, Tala Khemata)
(ଶ୍ୟାମସୁନ୍ଦର— ରାଗ ପିଲୁ, ତାଳ ଖେମଟା)

କହନା ଲୋ ତା କଥା ମୋତେ
ମୋହ ନାଁରେ ବ୍ରଜେ ହଟା କରିଦେଲା ଯେତେ । ଘୋଷା ।
କି ମଧୁର ବାଣୀ ପୁଣି ଦେଖିଛୁ ସାକ୍ଷାତେ
କହି ହଠଟା କଲା ନେଇ ଯା ସଙ୍କେତେ । ୧ ।
କପଟ ନ ଥିଲା ପରି କରିଥିଲି ପ୍ରତେ
ନିପଟ ଜାଣିଲି ତାର ହୃଦେ ଘଟା ଏତେ । ୨ ।
ନିନ୍ଦା ଶୁଣାଇଲା ଦାଣ୍ଡ ହାଟ ବାଟେ ମୋତେ
ଫନ୍ଦାଧନ ମୋର ବୋଲି ପାଞ୍ଚିଥିଲି ଚିତ୍ତେ । ୩ ।
ଭାଷେ ରସେ ଶ୍ୟାମ ବନ୍ଧୁ କହିଛି ଏକାନ୍ତେ
ପାଶେ ଛନ୍ଦାଚରଣରେ ବନ୍ଧା ମୁଁ ଲଳିତେ । ୪ ।