Dinabandhaba Daitari

ଦୀନବାନ୍ଧବ ଦଇତାରି
(Lokanatha Dasa)
(ଲୋକନାଥ ଦାସ)

ଦୀନବାନ୍ଧବ ଦଇତାରି
ଦୁଷ୍ଟଦାନବ ଦର୍ପଦଳନ
ଦୁଃସହଦୁଃଖହାରୀ । ଘୋଷା ।

ଦମ୍ଭଶିଖରୀ କର ହେ ଚୂର୍ଣ୍ଣ
ପୁଣ୍ୟେ ଅନ୍ତର କର ହେ ପୂର୍ଣ୍ଣ
ଦୁର୍ଗମ ପଥ କର ହେ ସୁଗମ
ସୁଦର୍ଶନଚକ୍ରଧାରୀ । ୧ ।

ସତ୍ୟ ସୁନ୍ଦର କର ହେ ଦାନ
ମଙ୍ଗଳରୂପୀ ହେ ଭଗବାନ
ସଂସାରଜନ ଚିତ୍ତେ ବରଷ
ଶୁଭ ଆଶିଷ ବାରି । ୨ ।

ଜନମ ମରଣ ମାୟାପାଶ
ବନ୍ଧନ ପ୍ରଭୁ କର ହେ ନାଶ
ଦୁସ୍ତର ଭବସାଗରୁଁ କୃଷ୍ଣ
କେଶବ କର ପାରି । ୩ ।

ଖଣ୍ଡନ କର କରମଲେଖା
ମର୍ମଦେବତା ଦିଅ ହେ ଦେଖା
ବଜାଅ ମୋହନ ମୁରଲୀ ମାନସ
କୁଞ୍ଜକାନନଚାରୀ । ୪ ।