Sadha Nada Saptaswara

ସାଧ ନାଦ ସପ୍ତସ୍ୱର
(Baladeba Dhira— Raga Karnata, Tala Kuduka)
(ବଳଦେବ ଧୀର— ରାଗ କର୍ଣ୍ଣାଟ, ତାଳ କୁଡ଼ୁକ)

(ଧ୍ରୁବପଦାଙ୍ଗ)

ସାଧ ନାଦ ସପ୍ତସ୍ୱର ଏକୋଇଶ ମୃରଛନା
ଦ୍ୱାବିଂଶତି ଶ୍ରୁତି ଭିନ୍ନ ଊନଚାଶ କୂଟତାନ । ଧ୍ରୁବ ।

ଆରୋହାବରୋହଣ ସ୍ଥାୟୀ ଅନ୍ତରା ସଞ୍ଚାର
ଦ୍ୱାବିଂଶତି ଶ୍ରୁତି ଶୁଦ୍ଧାକ୍ଷର ଉଦାରା ମୁଦାରା ତାର । ଅନ୍ତରା ।

ଓଡ଼ବ ଷାଡ଼ବ ପୂର୍ଣ୍ଣ ଗ୍ରହ ଅଂଶ ନ୍ୟାସ ବର୍ଣ୍ଣ
ତ ମଧ୍ୟ ବିଳମ୍ବିତ ସମାତୀତ ଅନାଗତ । ସଞ୍ଚାରୀ ।

ଶୁଦ୍ଧ ଛାୟାଲଗ କ୍ଷୁଦ୍ର ବନ୍ଧଗାନ ସୁଆମୋଦ
ରାଗ ରସ କାଳ ଭାବ ବଳଦେବ ବଦେ ଧ୍ରୁବ । ଆଭୋଗ ।