Sasagara Dharapati

ସସାଗରା ଧରାପତି
(Baladeba Dhira— Raga Nata, Tala Kuduka)
(ବଳଦେବ ଧୀର— ରାଗ ନଟ, ତାଳ କୁଡ଼ୁକ)

(ଧ୍ରୁବପଦାଙ୍ଗ)

ସସାଗରା ଧରାପତି
ନିଖିଳ ଭୁବନପତି
ବିରାଜିତ ସଦା ନିତି
ନିରେଖ ଚପଳମତି । ଧ୍ରୁବ ।

ବିଷୟ ବାସନା ତ୍ୟଜ
ନିରନ୍ତରେ ଧ୍ୟାନେ ମଜ୍ଜ
ଦରଶନ ପରଶନ
ପରାପତ ସଦଗତି । ଅନ୍ତରା ।