Sadha Siddha Suddha Swara

ସାଧ ସିଦ୍ଧ ଶୁଦ୍ଧ ସ୍ୱର
(Shyamasundar Dhira— Raga Bhairabi, Tala Kuduka)
(ଶ୍ୟାମସୁନ୍ଦର ଧୀର— ରାଗ ଭୈରବୀ, ତାଳ କୁଡ଼ୁକ)

ସାଧ ସିଦ୍ଧ ଶୁଦ୍ଧ ସ୍ୱର
ଷଡ଼ଜ ଋଷଭ ଗାନ୍ଧାର
ମଧ୍ୟମ ପଞ୍ଚମ ଧୈବତ
ନିଷାଦ ସରବସ୍ୱର । ଧ୍ରୁବ ।

ଔଡ଼ବ ଷାଡ଼ବ ପୂର୍ଣ୍ଣ
ରାଗ ଜାତ ସୁକାଗଣ
ତାନ ମାନ ନ୍ୟାସ ବର୍ଣ୍ଣ
ଶୁଦ୍ଧ ଛାୟାଲଗ ଗାନ । ଅନ୍ତରା ।

କଇବାଡ଼ ତିରିଭଙ୍ଗ
ପ୍ରବନ୍ଧ ସରବ ଅଙ୍ଗ
ତାନ ଲୟ ରସ ରାଗ
ଗୁଣିଜନ ଯୋଗାଯୋଗ । ସଞ୍ଚାରୀ ।

ଚିତ୍ରକଳା ଚିତ୍ରପଦା
ପାଞ୍ଚାଳୀ ଧୂରୁବପଦା
କ୍ଷୁଦ୍ରଗୀତ ସୁମମତ
ଶ୍ୟାମ ଧୀର ବଦେ ସଦା । ଆଭୋଗ ।