Dekha Dekha Sakhi Go Dekha Nirekhi

ଦେଖ ଦେଖ ସଖୀ ଗୋ ଦେଖ ନିରେଖି
(Anonymous— Raga Anandabhairabi, Tala Jati)
(ଅଜ୍ଞାତ କବି— ରାଗ ଆନନ୍ଦଭୈରବୀ, ତାଳ ଯତି)

ଦେଖ ଦେଖ ସଖୀ ଗୋ ଦେଖ ନିରେଖି
ଢଳି ଢଳି କି ରଙ୍ଗରେ ଆସେ ବାଙ୍କ ଆଖି । ଘୋଷା ।

ଆହା କି ମଧୁର ହାସ । ନବନଟବର ବେଶ ।
ଶିଖଣ୍ଡଚୂଳିଆ ଛଇ କେ ପାରିବ ଲେଖି ଗୋ । ୧ ।

କୋଟିଏ ମଦନ ଯାର । ଶୋଭାକୁ ନୋହିବେ ଗାର ।
ଚଉଦଭୁବନ ସାର ପ୍ରତିମା ଏ ଟିକି ଗୋ । ୨ ।

ଧେନୁ ପଛେ ବେଣୁ ବାଇ । ସଖାମଣ୍ଡଳୀରେ ଥାଇ ।
କି ଭଙ୍ଗୀରେ ସେ ନାଚଇ ପାଦେ ପାଦ ଯୋଖି ଗୋ । ୩ ।

ଶ୍ରୀଅଙ୍ଗରେ ଧୂଳି ପଡ଼ି । କେମନ୍ତେ ଯାଇଛି ଜଡ଼ି ।
ବନବେଶ ମନୋହର ମରମରେ ଯାଏ ଲାଖି । ୪ ।