Chahan Ki Sobha Mitani

ଚାହାଁ କି ଶୋଭା ମିତଣୀ
(Krusna Chandra Nrupa— Raga Rasa Kamodi, Tala Adatali)
(କୃଷ୍ଣଚନ୍ଦ୍ର ନୃପ— ରାଗ ରସକାମୋଦୀ, ତାଳ ଆଡ଼ତାଳି)

ଚାହାଁ କି ଶୋଭା ମିତଣୀ ମୁରଲୀପାଣି
ତନୁ ନିନ୍ଦେ ନବଘନ ଇନ୍ଦ୍ରନୀଳମଣି ଗୋ
କେକିପୁଚ୍ଛ ବାଙ୍କଚୂଳ ତ୍ରିଭଙ୍ଗିମା ଠାଣି ଗୋ । ଘୋଷା ।

ଭାଲେ ଗୋରଚନା ଚିତା ବଙ୍କିମା ଚାହାଣୀ
ଭୂରୁ ନୀଳ କାମଚାପ ନାସା ମୋତିମଣି ।
(ପଡ଼ି)
ଗଳେ ବନମାଳା ପୃଷ୍ଠଦେଶେ ଶୋହେ ବେଣୀ
କଟିରେ ହେମକିଙ୍କିଣୀ ବାଜେ କିଣିକିଣି
ଶ୍ରୀକରେ ବଳୟ ପାଦେ ନୂପୁର ବାଜେଣି
ଦେଖି ସେ ମୂରତି ବଶ ନୋହିବ କେ ପୁଣି
ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ନୃପଇନ୍ଦ୍ର ଭଣି ।