Dekha Sajani Benupaninki Go

ଦେଖ ସଜନୀ ବେଣୁପାଣିଙ୍କି ଗୋ
(Anonymous— Raga Rasa Kamodi, Tala Ekatali)
(ଅଜ୍ଞାତ କବି— ରାଗ ରସକାମୋଦୀ, ତାଳ ଏକତାଳି)

ଦେଖ ସଜନୀ ବେଣୁପାଣିଙ୍କି ଗୋ
ନବୀନ ନଟବର ଠିଆ ଠାଣିକି ଗୋ
ନୀଳେନ୍ଦ୍ର ମଣି ଆଭା କୋଟି କନ୍ଦର୍ପ ପ୍ରଭା
ସେ ଚାରୁ ବଙ୍କିମା ଚାହାଣୀକି ଗୋ । ଘୋଷା ।

ଶିଖୀ ଚନ୍ଦ୍ରିକା ଚୂଳେ ବେଢ଼ା କେତକୀ ଦଳେ
ଆହା କି ଶୋଭା ଚିନ୍ତାମଣିକି ଗୋ
ତା ଭାଲ ଗୋରଚନା ବୁଡ଼ାଏ ତ ଚେତନା
ରଖାଇ ନ ଦିଏ କା ଆଣିକି ଗୋ । ୧ ।

ନାସା ପୁଟର ମଣି ଦୋହଲିବାର ଠାଣି
ମନ୍ଦ ହାସରେ ନିଏ କିଣିକି ଗୋ
ହେଲେ କୁଳବରତୀ ତା ଫାନ୍ଦରୁ ବରତି
ଯିବ କେ କହ ସଖି କେଣିକି ଗୋ । ୨ ।