(କୃପାସିନ୍ଧୁ— ରାଗ କାମୋଦୀ)
ଆହା କି କରୁଥିବ ରସବତୀରେ
ଦେଖି ଏ ଶିଶିର ଋତୁ ଦୀର୍ଘ ଅତିରେ ।
ଦାରୁଣ କେଳତିପତି । ପେଷି ତୀକ୍ଷଶର ତତି ।
ବନ୍ଧୁ ହେଉଥିବ ଅତିଶୟ ଭିତିରେ । ଘୋଷା ।
ତୁ ମୋ ଗଳା ମୋତିମାଳା । ତୁ ମୋର ନେତ୍ରପିତ୍ତୁଳା ।
ତୁ ମୋ ରସତରିଙ୍ଗିଣୀ ଭେଳାରେ ।
ବିହି ବିଚ୍ଛେଦ ବିହିଲା । ଆୟତ୍ତ ମୋ ନ ରହିଲା ।
ମହାପ୍ରସାଦରେ ପ୍ରମାଦ ପଡ଼ିଲାରେ । ୧ ।
ସେକାଳେ ମୋ କୋଳେ ଶୋଇ । ଥରେ ହେଲେ ଉଠୁନାହିଁ ।
ଅନ୍ତର ହେବା ଆଶଙ୍କା ବହିରେ ।
ଛାତିକି ଛାତି ଲଗାଇ । ଶ୍ରୀଭୁଜ ମୋ ପରେ ଦେଇ ।
ଗାଢ଼େ ଭିଡ଼ୁଥାଇ ରସେ ବଶ ହୋଇରେ । ୨ ।
ଏ ପ୍ରାତଅରୁଶକରେ । ବସି ପୂର୍ବପ୍ରାଙ୍ଗଣରେ ।
ମାତିଥାଉ ସଖୀ ସଙ୍ଗତରେ ରେ ।
ପରିହାସ ବିଷୟରେ । କହୁ ଯେ ଥାଉ ମଧୁରେ ।
ତାହା ଶୁଣିବି କି ଏ ପ୍ରାଣ ଥିବାରେ ରେ । ୩ ।
ତୋ ଭାବ ଭାବନା କରି । ବିଦେଶରେ ବିମ୍ବାଧରୀ ।
କଷ୍ଟେ ଯିବା ଜୀବ ଅଛି ଧରିରେ ।
ଏବେ ମନ ଅନୁସରି । ସେବାରେ ରହିବି ଗୋରୀ ।
ଭଣେ କୃପାସିନ୍ଧୁ ଚିନ୍ତି ବେଣୁଧାରୀରେ । ୪ ।