He Janardana Bhagabana

ହେ ଜନାର୍ଦ୍ଦନ ଭଗବାନ
(Tarini Charan Patra— Raga Kamodi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ କାମୋଦୀ, ତାଳ ଏକତାଳି)

ହେ ଜନାର୍ଦ୍ଦନ ଭଗବାନ
ଅନ୍ତର୍ଯ୍ୟାମୀ ନାରାୟଣ
କାରଣ ତାରଣ ଶରଣ ରକ୍ଷଣ
ପରମ କାରଣ ପରମ ଧାରଣ । ଘୋଷା ।

ବିଶ୍ୱସ୍ଥିତି କାରଣ ବିଶ୍ୱଜନ ପାଳନ
ବିଶ୍ୱ ଈଶ୍ୱର ଦୀନ ନିଃସ୍ୱ ନିସ୍ତାରଣ । ୧ ।

ପତିତପାବନ ଗତି ପରାୟଣ ।
ଦୁର୍ଜ୍ଜନଦଳନ ସଜ୍ଜନଜୀବନ । ୨ ।

ଜଗଜ୍ଜନ ପରାଣ ଭବଭୟ ମୋଚନ ।
ଭକ୍ତ ହୃଦ ଅଧୀନ ଭାବବିନୋଦନ । ୩ ।

ନିତ୍ୟ ନିରଞ୍ଜନ ବିପଦ ଭଞ୍ଜନ ।
ବନ୍ଦେ ନିଶିଦିନ ତାରିଣୀ ଚରଣ । ୪ ।