Sundara Syama Rupaku Ana Lo Mita

ସୁନ୍ଦର ଶ୍ୟାମ ରୂପକୁ ଅନା ଲୋ ମିତ
(Ramachandra Deba— Raga Khambaja, Tala Ekatali)
(ରାମଚନ୍ଦ୍ର ଦେବ— ରାଗ ଖମ୍ବାଜ, ତାଳ ଏକତାଳି)

ସୁନ୍ଦର ଶ୍ୟାମ ରୂପକୁ । ଅନା ଲୋ ମିତ ।
ନିନ୍ଦଇ କି ଇନ୍ଦୀବର ନୀଳମଣି ତମାଳକୁ । ଘୋଷା ।

ତ୍ରିଭଙ୍ଗୀ ଠାଣିରେ ଛିଡ଼ା । ନ ପଡ଼େ ନେତ୍ର ପିଛଡ଼ା ।
ଯୁବତୀଙ୍କ ଘରବୁଡ଼ା । ଚୂଡ଼ା ଶିଖୀର ପୁଚ୍ଛକୁ । ୧ ।

କି ଅବା କଳା ମିହିର । କିବା କାମ ଅବତାର ।
ଘେନି ଫୁଲ ପଞ୍ଚଶର । ବିନ୍ଧେ ମୋର ମରମକୁ । ୨ ।

ମୋହନ ଫାନ୍ଦରେ ପଡ଼ି । ଶେଷେ ନ ପାଇବେ ଲୋଡ଼ି ।
ପତିବ୍ରତା ଧର୍ମ ଏଡ଼ି । ବଳିଭୁଜ କୋକିଳକୁ । ୩ ।

ରାମଚନ୍ଦ୍ର ବୋଲେ ଗୀତ । ଯାହା ପଛେ ହେଉ ଚିତ୍ତ ।
ଆସିବା ନୋହିଲା ମିତ । ତପନସୁତା କୂଳକୁ । ୪ ।