Jibana Bandhu Karuna Sindhu

ଜୀବନ ବନ୍ଧୁ କରୁଣା ସିନ୍ଧୁ
(Tarini Charan Patra— Raga Todi Kalyana, Tala Aditala)
(ତାରିଣୀ ଚରଣ ପାତ୍ର— ରାଗ ତୋଡ଼ିକଲ୍ୟାଣ, ତାଳ ଆଦିତାଳ)

ଜୀବନ ବନ୍ଧୁ କରୁଣା ସିନ୍ଧୁ ହେ
ସୁଖ ଶାନ୍ତି ନିକେତନ ହେ
ହେ ଚିର ସୁନ୍ଦର ଜଗଦାଧାର
ପରମାନନ୍ଦ ବିବର୍ଦ୍ଧନ ହେ । ଘୋଷା ।

ବିଶ୍ୱବିହାରୀ ପାତକହାରୀ
ଭବ ଭୟ ଭୀତି ନିବାରଣ ହେ
ପୂରଣ ବ୍ରହ୍ମ ପରାୟଣ ଚିଦ୍‌ଘନ
ରସମୟ ସତ୍ୟ ସନାତନ ହେ । ୧ ।

ସଙ୍କଟ ଭଞ୍ଜନ ଶଙ୍କର ବନ୍ଦନ
ଜଗଦୀଶ୍ୱର ଅଘ ମୋଚନ ହେ
ତାରିଣୀ ହୃଦ ମନ୍ଦିର ସମ୍ବର୍ଦ୍ଧନ
ମୋହନ ନିତ୍ୟ ନିରଞ୍ଜନ ହେ । ୨ ।