Kara Khyama Sadaye Sri Kisori

କର କ୍ଷମା ସଦୟେ ଶ୍ରୀ କିଶୋରୀ
(Tarini Charan Patra— Raga Jogeswari, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଯୋଗେଶ୍ୱରୀ, ତାଳ ଏକତାଳି)

କର କ୍ଷମା ସଦୟେ ଶ୍ରୀ କିଶୋରୀ
ଦାସ ଦୋଷ ଦିବ୍ୟ ଚିତ୍ତେ ବିଚାରି । ଘୋଷା ।

ତୁମ୍ଭର ବିନା ଗତି
ନାହିଁ ଆନ ଶ୍ରୀମତୀ
ରକ୍ଷା କର ଶୁଣି ମୋର ଗୁହାରି । ୧ ।

ଆଉ ମୁହିଁ ଏପରି
କରିବି ନାହିଁ ଗୋରୀ
ଆସ ଆସ ସାଦରେ ରାସେଶ୍ୱରୀ । ୨ ।

ଭାଷେ ଧୀରେ ତାରିଣୀ
ଯା ହେବାର ହେଲାଣି
ପୂରୁବର କଥା ଦିଅ ପାଶୋରି । ୩ ।