Bhaba Sansarare Sara Hari Nama

ଭବ ସଂସାରରେ ସାର ହରି ନାମ
(Tarini Charan Patra— Raga Jogeswari, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଯୋଗେଶ୍ୱରୀ, ତାଳ ଏକତାଳି)

ଭବ ସଂସାରରେ ସାର ହରି ନାମ
ଆଉ ଅନ୍ୟ କାମ ଧାମ ସାରହୀନ । ଘୋଷା ।

ଆସିଛୁ ଯେପରି ଯିବୁ ତ ସେପରି
ସଙ୍ଗେ ନ ଯିବ ଏ ଧନମାନ
(ପଡ଼ି)
ଆରେ ମନ ଭୋଳା ଏ କିଂଭୁତ ଲୀଳା
ମୋହରେ ମଜ୍ଜି ଜୀବନ ନ ଖେଳା
ବୋଲଇ ତାରିଣୀ ସବୁ ଜାଣି ଜାଣି
ଭୁଲନା ଭୁଲନା ରେ ବାତୁଳ ସମ । ୧ ।