Jaa Jaa He Mohana

ଯାଅ ଯାଅ ହେ ମୋହନ
(Tarini Charan Patra— Raga Sokabaradi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଶୋକବରାଡ଼ି, ତାଳ ଏକତାଳି)

ଯାଅ ଯାଅ ହେ ମୋହନ
ନ କହ ଚାଟୁବଚନ
ତୁମ୍ଭ ରୀତିକି ପ୍ରଣାମ । ଘୋଷା ।

ଥିଲ କାହା ପୁରତେ
ଆସୁଅଛ ପ୍ରଭାତେ
ନାହିଁ କି ମୁଖେ ଶରମ । ୧ ।

ଆହେ ଶ୍ୟାମସୁନ୍ଦର
କୋଟି କୋଟି ଜୁହାର
ତୁମ୍ଭର ସ୍ନେହ ସୁଷମ । ୨ ।

ବୋଲେ ଦୀନ ତାରିଣୀ
ଦେଖି ଯିବି କି ଧନୀ
ବସିଛନ୍ତି କରି ମାନ । ୩ ।