Antara Mora Bikasita Kara He

ଅନ୍ତର ମୋର ବିକଶିତ କର ହେ
(Tarini Charan Patra— Raga Sokabaradi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଶୋକବରାଡ଼ି, ତାଳ ଏକତାଳି)

ଅନ୍ତର ମୋର ବିକଶିତ କର ହେ
ଅନ୍ତରଯାମୀ ପରାତ୍ପର ହେ । ଘୋଷା ।

ଚିନ୍ତେ ସ୍ୱାନ୍ତରେ ଶାନ୍ତ ସୁଧୀରେ
ଶାନ୍ତି ସୁଧା ବିଭୋ ବିତର ହେ
ତାରିଣୀ ଭାଳେ ଅନ୍ତିମ କାଳେ
ଜୀବନ ଯାଉ ଧ୍ୟାୟି ପୟର ହେ । ୧ ।