Barana Gamana Bare Syame Ana

ବାରଣଗମନା ବାରେ ଶ୍ୟାମେ ଅନା
(Tarini Charan Patra— Raga Dharasri, Tala Tripata)
(ତାରିଣୀ ଚରଣ ପାତ୍ର— ରାଗ ଧରାଶ୍ରୀ, ତାଳ ତ୍ରିପଟା)

ବାରଣ ଗମନା ବାରେ ଶ୍ୟାମେ ଅନା
ଭାରି ଅଧୀର ତୋ ବିନାରେ । ଘୋଷା ।

ଭୋଗିଲେ ନାନା ଭୀଷଣ ବେଦନା
ତୋ ଲାଗି କେବଳ ସିନାରେ
ବୀଣା ନାଦ ଜିଣା ଭାରତୀକି ଶୁଣା
ସେ ପରା ତୋହରି କିଣାରେ । ୧ ।

ବଣା ହରିଣାକ୍ଷି ହୁଅନାରେ ବଣା
କରନା କରୁଣା ଊଣାରେ
ମୋହନ ସୁନ୍ଦର ବିରହେ ତୋହର
ହରାଇଲେଣି ଚେତନାରେ । ୨ ।

ତୋ ବିହୀନେ ସହି ସାହା କେହି ନାହିଁ
ଦିଅନା ଆଉ ଯାତନାରେ
ଭାଷଇ ତାରିଣୀ ତୋଷ ନୀଳମଣି
ହୋଇ ଏଣିକି ସୁମନାରେ । ୩ ।