Bhaba Tarana Karana Narayana

ଭବ ତାରଣ କାରଣ ନାରାୟଣ
(Tarini Charan Patra— Raga Dharasri, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଧରାଶ୍ରୀ, ତାଳ ଏକତାଳି)

ଭବ ତାରଣ କାରଣ ନାରାୟଣ
କର ନାମ ନିରନ୍ତର ପାରାୟଣ । ଘୋଷା ।

ପରମାନନ୍ଦ ଭଜ ଗୋବିନ୍ଦ
ଶାନ୍ତି ସୁଧାରସ ଧାରାୟଣ । ୧ ।

ପରମ ପ୍ରେମ ପରମାରାମ
ସାଧୁ ସନ୍ଥ ଭକ୍ତପରାୟଣ । ୨ ।

ପୂରଣ ବ୍ରହ୍ମ ପ୍ରାଣ ଆରାମ
ଶକ୍ତି ଭକ୍ତି ମୁକ୍ତି ସନ୍ଧାୟନ । ୩ ।

ନିର୍ଭେଦ ଧର୍ମ ନିଷ୍କାମ କର୍ମ
ତାରିଣୀର ଲକ୍ଷ୍ୟ ସାରାୟନ । ୪ ।