Krusna Krusna Krusna Bhasare

କୃଷ୍ଣ କୃଷ୍ଣ କୃଷ୍ଣ ଭାଷରେ
(Haribandhu— Raga Anandabhairabi, Tala Rupaka)
(ହରିବନ୍ଧୁ— ରାଗ ଆନନ୍ଦଭୈରବୀ, ତାଳ ରୂପକ)

କୃଷ୍ଣ କୃଷ୍ଣ କୃଷ୍ଣ ଭାଷରେ । ମୂଢ଼ମାନସ ।
ତଦ ଦାସ ପାଶେ ବସି ତୁ ତୋଷରେ । ଘୋଷା ।
କଷ୍ଟ ଘୁଞ୍ଚିବ ହୃଷ୍ଟ ହୋଇ
ସନ୍ତୁଷ୍ଟରେ ଭଜ ଦୁଷ୍ଟ ତୋର
ଅଦୃଷ୍ଟ ନାଶିବେ ନଷ୍ଟ ଆଚରି
ଭ୍ରଷ୍ଟ ନ କର ସ୍ପଷ୍ଟେ କହୁଛି । ୧ ।

ପ୍ରେମାଞ୍ଜନ ରଞ୍ଜି ନୟନରେ । କୁଞ୍ଜବନରେ ।
ଅଞ୍ଜନ ନିଭ ନବ ମୋହନରେ ।
କଞ୍ଜଚରଣ ମଞ୍ଜୁଳ ଅତି
ଗଞ୍ଜିତ ରମା ଉମାର କାନ୍ତି
ଖଞ୍ଜନାକ୍ଷି ରାଧିକାରେ
ସୁସଞ୍ଜିତ ହୋଇଛନ୍ତି ଭାବି ଧୀରେ । ୨ ।

ସଙ୍ଗିନୀ ରସରଙ୍ଗିନୀ ସଙ୍ଗରେ । ତ୍ରଭିଙ୍ଗୀଭଙ୍ଗରେ ।
ଅଙ୍ଗୀକୃତ ହେବାର ରଙ୍ଗରେ ।
ରଙ୍ଗଣୀମାଳା ଅଙ୍ଗ ପରେ
ଅନଙ୍ଗ ଦରପ ଭାଙ୍ଗିଦେବାରେ
ତୁଙ୍ଗ ମଧୁର ମଙ୍ଗଳବଂଶୀ
ଗାନ ଶୁଣିବୁ ଅତି ହରଷରେ । ୩ ।

ବନ୍ଦ ଶ୍ରୀଗୁରୁ ପାଦ ବନ୍ଧରେ । ମାୟାବନ ତେଜି ।
ଆନନ୍ଦରେ କର ହରି ର୍ଦ୍ଧନରେ ।
ନନ୍ଦନନ୍ଦନ ଚନ୍ଦ୍ରବଦନ
ମନ୍ଦରଧର କୁନ୍ଦରଦନ
ସୁନ୍ଦର ସେ ଶିଖଣ୍ଡମଣ୍ଡନ
ଭାବିତ ହରିବନ୍ଧୁ ବଚନ । ୪ ।