Dinabandhaba Murari He Giridhari

ଦୀନବାନ୍ଧବ ମୁରାରି ହେ ବଂଶୀଧାରୀ
(Gobinda Rayaguru)
(ଗୋବିନ୍ଦ ରାୟଗୁରୁ)

ଦୀନବାନ୍ଧବ ମୁରାରି ହେ ବଂଶୀଧାରୀ । ଘୋଷା ।

କେକୀପୁଚ୍ଛଚୂଳିଆ ନବଘନ କାଳିଆ
କାଳିନ୍ଦୀକୂଳବିହାରୀ । ୧ ।

ହେ ବ୍ରଜେନ୍ଦ୍ରନନ୍ଦନ ଗୋପିକା ହୃଦଚନ୍ଦନ
ଶ୍ରୀମତୀଙ୍କ ମନୋହାରୀ । ୨ ।

ହେ ମଦନମୋହନ କମଳଜିତ ଆନନ
କମଳାଅଙ୍କ ବିହାରୀ । ୩ ।

ତମାଳବରନିଆ କାଳିନ୍ଦୀ କାଳୀଦଳିଆ
ବୃନ୍ଦାବନ ରାସବିହାରୀ । ୪ ।

ଭାଷେ ଦ୍ୱିଜ ଗୋବିନ୍ଦ ସ୍ମରି ରାଧାଗୋବିନ୍ଦ
ଭବାବ୍ଧିରୁ କର ପାରି । ୫ ।